ନୂଆଦିଲ୍ଲୀ,୧୪।୧୨-ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ସୋମବାର ଗାଇଡଲାଇନ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ନିୟମ ଜାରି କରାଯାଇଛି। ଜନସାଧାରଣ ଟିକା ପାଇଁ co-WIN ଆପରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଭୋଟର ପରିଚୟ ପତ୍ର, ଆଧାର, ଡିଏଲ ଆଦି ୧୨ ପ୍ରକାର ପରିଚୟ ପତ୍ର ଦେଖାଇବା ଜରୁରୀ ବୋଲି କୁହାଯାଇଛି। ସେହିପରି ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ଟିକା ପ୍ରଦାନ କରାଯିବ। ଟିକା କରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତିକେନ୍ଦ୍ରରେ ଦୈନିକ ଶହେରୁ ୨ ଶହ ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ ପାଇଁ ବ୍ୟବସ୍ଥା କରାଯାଇଛି। ୬୦ କୋଟି ଟିକା ଡୋଜ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ଟିକା ମିଳିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।