Categories: ବାଣିଜ୍ୟ

ଗୃହ ନିର୍ମାଣ ପ୍ରକଳ୍ପରେ ଆର୍କିଟେକ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅଧ୍ୟକ୍ଷ

ଭୁବନେଶ୍ୱର,୨୧।୧୦ : ଗୃହ ନିର୍ମାଣ ବା ହାଉସିଂ ପ୍ରକଳ୍ପରେ ଆର୍କିଟେକ୍‌ମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ପ୍ରତ୍ୟେକ ପଞ୍ଜୀକୃତ ଆର୍କିଟେକ୍‌ ସେମାନଙ୍କର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରିବା ଉଚିତ ବୋଲି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳାରେ ମତ ପ୍ରକାଶ ପାଇଛି। କର୍ମଶାଳାକୁ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଉଦ୍‌ଘାଟନ କରି ପ୍ରତ୍ୟେକ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଆର୍କିଟେକ୍‌ଙ୍କ ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଓରେରା ପରାମର୍ଶଦାତା ଜେ.ପି.ଜଗଦ୍ଦେବ ଓରେରା ଆଇନ୍‌ ଅଧୀନରେ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ତ୍ରୈମାସିକ ବିବରଣୀ ପ୍ରଦାନ ସହ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପରିସମାପ୍ତି ପ୍ରମାଣପତ୍ର ଦେବା କ୍ଷେତ୍ରରେ ଆର୍କିଟେକ୍‌ମାନଙ୍କର ଗୁରୁ ଦାୟିତ୍ୱ ସମ୍ପର୍କରେ ସେ ବିସ୍ତୃତ ଉଲ୍ଲେଖ କରିଥିଲେ। ସେହିପରି ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ୱାଳ ଓ ନ୍ୟାୟିକ ସଦସ୍ୟ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଆର୍କିଟେକ୍‌ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଅବସରରେ ଓରେରା ଅତିରିକ୍ତ ସଚିବ ଶ୍ରାବଣୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଓରେରାର ଓଏସ୍‌ଡି (ଲ୍ୟାଣ୍ଡ) ରବିନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Share