ସୁଧୁରିବ ଦୁର୍ବଳ ସଂଗଠନ

ସମ୍ବଲପୁର,୨୮ା୩ (ବ୍ୟୁରୋ): ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସମେତ ଅନ୍ୟ ୩ ଜିଲାରେ ଯାଜପୁର ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ପ୍ରଣବଙ୍କ ନିଯୁକ୍ତି ପରେ ସମ୍ବଲପୁର ଜିଲାରେ ବିଜେଡି ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଛି। ଜିଲାର କେତେକ ସ୍ଥାନରେ ବିଜେଡି ସଂଗଠନ ଦୁର୍ବଳ ରହିଛି ତାହା ସୁଧୁରିଯିବ ବୋଲି ଦଳର ନେତାମାନେ ଆଶା କରିଛନ୍ତି।
ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ୨୦୨୪ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ଚାହିଁଲେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ଲଢିିବେ ବୋଲି ଜନସଭାରେ ଘୋଷଣା କରିଥିଲେ। କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତୁହାକୁ ତୁହା ସମ୍ବଲପୁର ଲୋକ ସଭା ଅଧୀନ ବିଧାନସଭା ଅଞ୍ଚଳ ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି। ଏଣୁ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ଲଢିବା ନେଇ ଏକପ୍ରକାର ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡି ପ୍ରଣବଙ୍କୁ ସମ୍ବଲପୁର ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ଆଲୋଚନା ହେଉଛି। ଅନ୍ୟପଟେ ଜିଲାରେ ବିଜେଡି ସଂଗଠନ କୌଣସି ଜଣେ ନେତାଙ୍କ ନିୟନ୍ତ୍ରଣରେ ପରିଚାଳିତ ହେଉ ନାହିଁ। ୨୦୧୯ ଲୋକ ସଭା ନିର୍ବାଚନକୁ ଦେଖିଲେ ଜିଲାରେ ୪ ବିଧାନସଭା ଭିତରୁ ରେଙ୍ଗାଲି ଓ ସମ୍ବଲପୁର ଭାଜପା ହାତକୁ ଯାଇଥିବା ବେଳେ ରେଢାଖୋଲ ଓ କୁଚିଣ୍ଡା ବିଜେଡି ହାତରେ ରହିଥିଲା। ୨୦୧୪ ନିର୍ବାଚନରେ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ବିଜେଡି ହାତରେ ଥିବା ବେଳେ ଭାଜପାକୁ ହାତକୁ ଚାଲିଯିବା ଘଟଣା ଦଳପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ବିଜେଡି ହାତରୁ ସମ୍ବଲପୁର ଲୋକ ସଭା ଆସନ ମଧ୍ୟ ଭାଜପା ଛଡାଇ ନେଇଥିଲା। ଦଳୀୟ ଗୋଷ୍ଠୀକନ୍ଦଳ ଭାଜପାକୁ ସୁହାଇଥିଲା ବୋଲି ସେ ସମୟରେ ଆଲୋଚନା ହୋଇଥିଲା। ହେଲେ ଗତ ପଞ୍ଚାୟତ ନିର୍ବାନରେ ଭଟ୍‌ଲି ବିଧାୟକ ସୁଶାନ୍ତ ସିଂଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ବବି ପରିଚାଳନା କରି ଜିଲାପରିଷଦ ନିର୍ବାଚନ ଦଳର ସ୍ଥିତି ଫେରାଇ ଆଣିଥିଲେ। ଜିଲାରେ ମୋଟ ୧୮ ଜିଲାପରିଷଦ ଆସନରୁ ବିଜେଡି ୧୬ ଆସନରେ ବିଜୟୀ ହୋଇଥିଲା। ହେଲେ କୁଚିଣ୍ଡା ଓ ରେଢାଖୋଲ ବ୍ଲକରେ ଗୋଟିଏ େ ଲଖାଏ ଜିଲାପରିଷଦ ଆସନ ହାରିଯାଇଥିଲା। ଏପରି କି ରେଢାଖୋଲ ଏନ୍‌ଏସି ନିର୍ବାଚନରେ ମଧ୍ୟ ବିିଜେଡି ପରାଜିତ ହୋଇଥିଲା। ଅନ୍ୟପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ଆହୁରି ଆକ୍ରମଣାନ୍ତକ ହୋଇପଡିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୁର୍ବଳତା ପଦାକୁ ଆଣି ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି। ବିଧାୟକ ମିଶ୍ରଙ୍କ ଅଭିଜ୍ଞତା ଓ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲୋକ ସଭା ଆସନରେ ଛିଡା ହେଲେ ଭାଜପା ଶକ୍ତିଶାଳୀ ହୋଇଯିବ। ତେଣୁ ସେ ନେଇ ବିଜେଡି ରଣନୀତି କରୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ଏହା ଜିଲା ବିଜେଡି ପାଇଁ ଶୁଭଙ୍କର। ବିଗତ ନିର୍ବାଚନରେ କାରଣ ଯାହା ହେଉନା କାହିଁକି ଦଳ ୨ ଗୋଟି ବିଧାନସଭା ଓ ଲୋକ ସଭା, ୨ ଗୋଟି ଜିଲାପରିଷଦ ଓ ୧ ଏନ୍‌ଏସି ପଦ ହରାଇଥିଲା। ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଏହାକୁ ନିଜ ହାତକୁ ନେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri