ରୂପାନ୍ତରଣ ପରେ ବି ସୁଧୁରୁନି ଖେଳପଡ଼ିଆ ଅବସ୍ଥା

ଖଣ୍ଡପଡ଼ା,୩ା୧୧: (ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଳକ ଅଧୀନ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ କାର୍ଯ୍ୟ ପରେ ବି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୪ ଏକର ପରିମିତ ଜାଗା ଥିବା ବିଦ୍ୟାଳୟ ଶ୍ରେଣୀଗୃହର ଅଭାବ ଯୋଗୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପରିସରରେ ଅବସ୍ଥିତ ପୁରାତନ ବିପଦଶଙ୍କୁଳ ଶ୍ରେଣୀଗୃହକୁ ନାମକୁ ମାତ୍ର ମରାମତି କରାଯାଇ ରଙ୍ଗ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ବିଦ୍ୟାଳୟର ଖେଳପଡିଆଟି ଏବେ ବି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ପଡ଼ିଆର ଗୋଟିଏ ପାର୍ଶ୍ୱରେ ଏକ ବିରାଟ ବଡ଼ ପଥରଖଣ୍ଡ ରହିଥିବା ବେଳେ ଖେଳ ପଡିଆର ଚତୁଃପାର୍ଶ୍ୱ ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଛି। ଖଣ୍ଡପଡ଼ା ବ୍ଳକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏ ବାବଦ ଅନୁଦାନ ଅର୍ଥ ଠିକ ଭାବେ ବିନିଯୋଗ ହୋଇ ନ ଥିବା ଅଭିଯୋଗ ହେଉଛି। ଏଥିପ୍ରତି ବ୍ଳକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଏବେ ଉକ୍ତ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାଦାନ ନିମନ୍ତେ ଅଧିକ ଶ୍ରେଣୀ ଗୃହର ଆବଶ୍ୟକତା ଥିବାରୁ ଏ ନେଇ ଚିନ୍ତାରେ ପଡିଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ୧୯୭୪ରେ ଗଢି ଉଠିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନଟି ପ୍ରତି ପ୍ରଶାସନ ଓ ଖଣ୍ଡପଡ଼ା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ...

AIକୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ବାବା ଭେଙ୍ଗା, ଘିବିଲି…

ବାବା ଭେଙ୍ଗା ଅନେକ ଜିନିଷ ଉପରେ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ...

ଯୁବକବି ସୁନୀଲଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ,...

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର...

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ

ନୂଆପଡ଼ା,୨।୪(ମକାରୁ ବେମାଲ): ସ୍ଥାନୀୟ ଲୋକ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ନୂଆପଡା ମିନି ଷ୍ଟାଡିୟମଠାରେ ମଙ୍ଗଳବାର ମାରାଗୁଡା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image