
ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା ପୂର୍ବ ଅନୁମାନ ଅପେକ୍ଷା ଯଥେଷ୍ଟ ଶୀଘ୍ର ଅର୍ଥାତ୍ ଚଳିତ ବର୍ଷ ୧ଲକ୍ଷ ଟଙ୍କା ପାର୍ହେବା ସମ୍ଭାବନା ଦେଖାଦେଇଛି। ଲାଲ୍ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ମତରେ ଏଭଳି ପରିସ୍ଥିତିରେ ସୁନା କିଣିବା ପାଇଁ ଠିକ୍ ସମୟ ବାଛିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଇତ୍ୟାଦି ବିଶ୍ୱ ବଜାରରେ ସୁନାର ଦରକୁ ପ୍ରଭାବିତ କରୁଛି। ଫଳରେ ସୁନାର ଦର ୧ ଲକ୍ଷ ଟଙ୍କା ପାରହୋଇ ୧ ଲକ୍ଷ ୩୫ ହଜାର ସ୍ତରକୁ ଛୁଇଁବାର ସମ୍ଭାବନା ଦେଖାଦେଇଛି।
ତେବେ ଅକ୍ଷୟ ତୃତୀୟା ଅବସରରେ ଲାଲ୍ଚାନ୍ଦ ଜୁଏଲର୍ସ ଗ୍ରାହକମାନଙ୍କ ପାଇଁ ଆଣିଛନ୍ତି ସୁନା କିଣିବାର ସବୁଠୁ ସହଜ ବାଟ। ପ୍ରି-ବୁକିଂ ସୁବିଧା ଦ୍ୱାରା ଗ୍ରାହକମାନେ କିଛି ଅଗ୍ରିମ ଦେଇ ସୁନା ଦର ଲକ୍ କରିପାରିବେ। ଆଗକୁ କୌଣସି ଦିନ ଯଦି ସୁନା ଦରରେ ସୁଧାର ଦେଖାଦିଏ, ସେ ଦିନର ଦର ଅଥବା ଦର ବଢ଼ିଥିଲେ ବୁକିଂ ଦିନର ଦରରେ ସୁନା କିଣି ପାରିବେ। ଏହା ଗ୍ରାହକମାନଙ୍କୁ ଅସ୍ଥିର ସୁନା ଦରରୁ ସୁରକ୍ଷା ପ୍ରଦାନ କରିବ। ସୁନାରେ ନିବେଶ କରିବା ପାଇଁ ଲାଲ୍ଚାନ୍ଦର ପ୍ରତ୍ୟେକ ଷ୍ଟୋର୍ରେ ମିଳୁଛି ଏମ୍ଏମ୍ଟିସି ସ୍ବର୍ଣ୍ଣମୁଦ୍ରା। ଆଗାମୀ ଦିନରେ ରୁପା ମଧ୍ୟ ଯଥେଷ୍ଟ ବଢ଼ିବାର ସମ୍ଭାବନା ଦେଖାଦେଇଛି ବୋଲି ହଂସ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ,ଗତବର୍ଷ ପ୍ରଥମ କରି ସୁନା ଦର ଲକ୍ଷେ ଟଙ୍କା ଛୁଇଁବା କଥା ହଂସ ପୂର୍ବାନୁମାନ କରିଥିଲେ।
ବିଗତ ୩ ଦଶକର ସୁନାର ଦରକୁ ଦେଖିଲେ ଜଣାପଡ଼େ ଯେ ଭାରତରେ ସୁନାର ଦର ୨୦୦୦ ମସିହାଠାରୁ ସାମୟିକ ଉତ୍ଥାନ ପତନ ସତ୍ତ୍ୱେ କ୍ରମାଗତ ଭାବେ ବଢ଼ି ଚାଲିଛି। ୨୦୦୦ରେ ୧୦ଗ୍ରାମ ସୁନାର ଦର ୪,୪୦୦ ଟଙ୍କା ଥିବାବେଳେ ୨୦୨୫ରେ ୯୩ ହଜାର ଟଙ୍କାରେ ପହଞ୍ଚିଛି । ସୁନାରେ ନିବେଶକଙ୍କ ସଂଖ୍ୟା ବଢ଼ିଛି । ତେଣୁ ସୁନାର ଚାହିଦା ମଧ୍ୟ ବଢ଼ି ଚାଲିଛି। ଏବେ ସୁନାକୁ କେବଳ ଏକ ଅଳଙ୍କାର ଭାବେ ନ ଦେଖି ଲୋକେ ଏକ ଉତ୍ତମ ନିବେଶର ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ୨୦୦୮ରେ ବିଶ୍ୱ ଅର୍ଥନୈତିକ ସଙ୍କଟ କାରଣରୁ ସୁନା ଦର ୧୩,୫୦୦ହୋଇଥିଲା। ୨୦୧୧ ଏବଂ ୨୦୨୦ରେ ଦରରେ ତୀବ୍ର ବୃଦ୍ଧି ଦେଖାଦେଇଥିଲା। ୨୦୨୦ରେ କୋଭିଡ୍ ପାଇଁ ସୁନାର ଦର ୫୫ ହଜାର ଛୁଇଁଥିଲା।