ନୂଆଦିଲ୍ଲୀ,୨୭।୭: କିଛି ଦିନରୁ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ଥିବା ବେଳେ ବର୍ତ୍ତମାନ ଏଥିରେ ଉନ୍ନତି ହେଉଥିବାର ପରିଲିକ୍ଷିତ ହେଉଛି। ପ୍ରଥମ ଥର ଦିଲ୍ଲୀରେ ସୋମବାର ମାତ୍ର ୬୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୬୫ଦିନ ପରେ ଏତେ କମ୍ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ଏହା ପୂର୍ବରୁ ମେ ୨୩ରେ ୫୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟାରେ ପ୍ରାୟ ୧୪୯୭ ରୋଗୀ ମଧ୍ୟ ସୁସ୍ଥ ହୋଇଥିବା ବେଳେ ୨୬ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ନୂଆ ଚିହ୍ନଟଙ୍କ ମିଶାଇ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧,୩୧,୨୧୯ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୧୬, ୩୭୨ଜଣ ସୁସ୍ଥ ହୋଇଥିବା ବେଳେ ୧୦,୯୯୪ ଚିକିତ୍ସାଧିନ ଓ ୩୮୫୩ଜଣଙ୍କ ମୃତ୍ୟୁ ଘଟିସାରିଛି।