Categories: ବାଣିଜ୍ୟ

ନେଟ୍‌ୱର୍କ ଭିତ୍ତିଭୂମିର ଉନ୍ନତୀକରଣ

ଭୁବନେଶ୍ୱର,୧୯।୭: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଖୋର୍ଦ୍ଧାର ବାଘମାରୀଠାରେ ଫିଡର୍‌ ଓ ନେଟ୍‌ୱର୍କ ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗ୍ରହଣ କରାଯାଇଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଭରସାଯୋଗ୍ୟ ଓ ପ୍ରଭାବୀ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା। ସେହିଭଳି ଟିପିସିଓଡିଏଲ୍‌ ପକ୍ଷରୁ କଟକ ଜିଲାର ବାଙ୍କି ଅଧୀନରେ ଥିବା ହରିରାଜପୁର ନୂଆ ସାହିରେ ନେଟ୍‌ୱର୍କର ସୁଦୃଢ଼ୀକରଣ କରାଯାଇଛି, ଯାହା ପ୍ରାୟ ୩୦୦ମିଟର ଦୂରତା ଅତିକ୍ରମ ସହ ଉକ୍ତ ରୁଟ୍‌ରେ ୩ଟି ନୂଆ ଏଲ୍‌ଟି ଇଣ୍ଟରପୋଜିଂ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଛି। ସେହିପରି ବିଦ୍ୟୁତ ବଣ୍ଟନରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ୩୫ବର୍ଗ ମିମି ଏଲ୍‌ଟି ଏବିସିକୁ ୩ଫେଜ୍‌ ୫୦ବର୍ଗ ମିମି ଏଲ୍‌ଟି ଏବିସିକୁ ଅପ୍‌ଗ୍ରେଡ୍‌ କରାଯାଇଛି। ଏହି ଉନ୍ନତୀକରଣ କାର୍ଯ୍ୟ ଦ୍ୱାରା ଉତ୍ତମ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିବ ଏବଂ ଏହା ବାଘମାରୀ ଗ୍ରାମବାସୀଙ୍କ ଲୋ ଭୋଲ୍‌ଟେଜ୍‌ ସମସ୍ୟାକୁ ଦୂର କରିବ। ଏଲ୍‌ଟି ତାର ଲଗାଇବା କାର୍ଯ୍ୟ ଗତ ସପ୍ତାହରେ ଶେଷ ହୋଇଥିଲା। ଅପରପକ୍ଷରେ ବିଦ୍ୟୁତ ଭିତ୍ତିିଭୂମିର ଉନ୍ନତି ଆଣିବା ଏବଂ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏହାର ବଣ୍ଟନ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ବିଭିନ୍ନ ଅଭିଯାନ ଓ ପ୍ରଯୁକ୍ତି ନବସୃଜନ ପଦକ୍ଷେପ ଗ୍ରହଣ କରାଯାଉଛି।

Share