ଇମ୍ରାନ ଗିରଫ…

ଇସଲାମାବାଦ,୯।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବୃଦ୍ଧି ପାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ ଏ ବିଷୟରେ ସୂଚନା ଦେଇଛି।

କୁହାଯାଉଛି, ଦୁର୍ନୀତି ଅଭିଯୋଗରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଯେତେବେଳେ ସେ କୋର୍ଟରେ ହାଜର ହେବାକୁ ଯାଉଥିଲେ ସେତେବେଳେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ଇମ୍ରାନଙ୍କ ସହଯୋଗୀ ଫୱାଦ ଚୌଧୁରୀ ତାଙ୍କ ଗିରଫଦାରୀକୁ ନିଶ୍ଚିତ ନକରି କହିଛନ୍ତି ଇମ୍ରାନ ଖାନଙ୍କ କାରକୁ ଘେରା ଯାଇଛି।

କୁହାଯାଉଛି, ପାକିସ୍ତାନ ରେଞ୍ଜର୍ସ ଏହି ପଦକ୍ଷେପ ନେଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଜର ହେବା ପାଇଁ ଇମ୍ରାନ ହାଇକୋର୍ଟରେ ପହଞ୍ଚିବା ପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ।
ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସେମାନେ ଇମ୍ରାନ ଖାନଙ୍କୁ ହତ୍ୟା କରୁଛନ୍ତି। ସେମାନେ ଇମ୍ରାନ ସାହବଙ୍କ ସହିତ କିଛି କରିଛନ୍ତି। ସୂଚନା ଅନୁଯାୟୀ, ଇମ୍ରାନ ଗିରଫ ହେବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୋର୍ଟ ବାହାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ମଧ୍ୟ କୁହାଯାଉଛି  ଇମ୍ରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କୁ ମଧ୍ୟ ମାଡ ଦିଆଯାଇଛି।

Share