ସେନାକୁ ଭିକ ମାଗିଥିଲେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କ୍ଷମତା ପାଇଁ ଏତେ ପାଗଳ ଥିଲେ ଯେ ସେ ନିଜ ସରକାର ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ସେନାକୁ ଭିକ ମାଗିଥିଲେ ବୋଲି ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌) ଉପାଧ୍ୟକ୍ଷା ମରିୟମ ନଓ୍ବାଜ୍‌ କହିଛନ୍ତି। ଏପରିକି ଇମ୍ରାନ୍‌ ଅନାସ୍ଥାରୁ ବର୍ତ୍ତିବା ପାଇଁ ପୂର୍ବତନ ରାଷ୍ଟ୍ରପତି ତଥା ପିପିପି ସହ-ଅଧ୍ୟକ୍ଷ ଆସିଫ୍‌ ଅଲି ଜର୍ଦ୍ଦାରିଙ୍କୁ ସାହାଯ୍ୟ ମାଗିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ (ମରିୟମ୍‌ଙ୍କ ବାପା) ଲଣ୍ଡନରେ ଥାଇ ଇମ୍ରାନ୍‌ଙ୍କୁ ଶାସନରୁ ହଟାଇଥିବା ପିଟିଆଇ ଅଧ୍ୟକ୍ଷ କହୁଛନ୍ତି। ଯଦି ନଓ୍ବାଜ୍‌ ଲଣ୍ଡନରେ ଥାଇ ଇମ୍ରାନଙ୍କ ଏପରି ସ୍ଥିତି ତେବେ ସେ ପାକିସ୍ତାନକୁ ଫେରିଲେ କ’ଣ ହେବ ବୋଲି ମରିୟମ ପ୍ରଶ୍ନ କରିଛନ୍ତି। ଏଣିକି ଇମ୍ରାନ୍‌ ରାଜନୀତି ଛାଡ଼ି କ୍ରିକେଟ ଖେଳିବା ଉଚିତ ବୋଲି ମରିୟମ ତାଚ୍ଛଲ୍ୟ କରିଛନ୍ତି।

Share