ପ୍ରତିଷ୍ଠିତ ଲୋକଙ୍କ ନମ୍ବର ବ୍ଲକ୍‌ କରିଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ବ୍ଲକ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୀର୍ଷ ସୈନ୍ୟ ଅଧିକାରୀ, ଅମଲାତନ୍ତ୍ର ଅଧିକାରୀ ଏବଂ ନ୍ୟାୟପାଳିକା ଅଧିକାରୀମାନଙ୍କ ନମ୍ବର ରହିଛି ବୋଲି ଇମ୍ରାନ୍‌ ସୂଚନା ପ୍ରଦାନ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ କାହା ସହିତ କଥାବାର୍ତ୍ତା କରିବେ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି।

ଅପରାଧୀମାନେ କ୍ଷମତାକୁ ଆସିବେ ବୋଲି ମୁଁ ଆଶା କରି ନ ଥିଲି ବୋଲି ଇମ୍ରାନ୍‌ କହିଛନ୍ତି। ସେମାନଙ୍କର ଦେଶର ଭବିଷ୍ୟତ ବିଷୟରେ କୌଣସି ଚିନ୍ତା ନାହିଁ। ସେମାନେ କେବଳ ନିଜର ଭଲ ବିଷୟରେ ହିଁ ଚିନ୍ତା କରିଥାନ୍ତି। ସେମାନଙ୍କୁ କ୍ଷମତାକୁ ଆଣିବା ଅପେକ୍ଷା ଦେଶ ଉପରେ ପରମାଣୁ ବୋମା ପକାଇଥିଲେ ବୋଧେ ଭଲ ହୋଇଥାନ୍ତା ବୋଲି ଇମ୍ରାନ୍‌ କ୍ଷୋଭ ପ୍ରକାଶ କରିଛନ୍ତି।

ଇମ୍ରାନ କହିଛନ୍ତି ଯେ ତାଙ୍କୁ କ୍ଷମତାରୁ ହଟାଇବା ଷଡଯନ୍ତ୍ର ହେଉଥିବା ବିଷୟରେ ଗତ ବର୍ଷ ଜୁନରେ ଜାଣିଥିଲେ। ତେବେ ଶେଷ ଦିନ ପର୍ଯ୍ୟନ୍ତ ସେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ପ୍ରୟାସ କରିଥିବା ପଞ୍ଜାବ ପ୍ରଦେଶର ସିଆଲକୋଟରେ ଏକ ରାଲିରେ କହିଛନ୍ତି।

Share