ଶେଷ ବଲ୍‌ର ସାମ୍ନା କରିବାକୁ ଇମ୍ରାନଙ୍କ ସାମ୍ନାରେ ୨ ବିକଳ୍ପ

ଇସଲାମାବାଦ୍‌,୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା ଲାଗିଛି। ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରିବା ସହ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଇମ୍ରାନ ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ପାକିସ୍ତାନରେ ରାଜନୀତି ସରଗରମ ରହିଛି।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ଉତ୍ତରରେ ଇମ୍ରାନ ଖାନ କହିଛନ୍ତି, ସେ ଶୁକ୍ରବାର ଦିନ ଦେଶକୁ ସମ୍ବୋଧିତ କରିବେ। ଏଭଳି ପରିସ୍ଥିତିରେ, ଇମ୍ରାନଙ୍କୁ ଶେଷ ବଲରେ କେବଳ ଦୁଇଟି ବିକଳ୍ପ ବାକି ଅଛି । ଗୋଟିଏ, ଅନାସ୍ଥା ପ୍ରସ୍ତାବର ସାମ୍ନା କରିବା, ଅନ୍ୟଟି ଏହା ପୂର୍ବରୁ ଇସ୍ତଫା ଦେବା।
ସୂଚନାଯୋଗ୍ୟ,ପୂର୍ବରୁ ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପ ବାଚସ୍ପତି କାସୀମ ସୁରୀ ଖାରଜ କରିଦେଇଥିଲେ। ଏହାପରେ ରାଷ୍ଟ୍ରପତି ଆରିଫ ଆଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶକ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। ଇମ୍ରାନ ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି କହିଥିଲେ। ହେଲେ ଏହାକୁ ବିରୋଧୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେଲା, ତା’ର ବିଚାର ପାକିସ୍ତାନ ସୁପ୍ରିମକୋର୍ଟରେ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ, ନହେଲେ…’ ଶେଖ ହାସିନାଙ୍କ ଚିନ୍ତା ବଢାଇଲେ ୟୁନୁସ୍‌, କଲେ ଏମିତି…

ଢାକା,୬।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା...

ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର...

ଦକ୍ଷିଣ କୋରିଆ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ, ଏପଟେ ମିଶାଇଲ ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ

ସିଓଲ,୬।୧: ସୋମବାର ଉତ୍ତର କୋରିଆ ଏକ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସମୁଦ୍ରରେ ଫିଙ୍ଗି ଦେଇଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର...

ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଅର୍ଦ୍ଧନମିତ ରହିବ ଆମେରିକା ପତାକା: ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ, ୫।୧: ଆସନ୍ତା ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟରେ ପୂରା ଦେଶରେ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଭାରତ ସହ ତୁତୁମେମେ ଭିତରେ ବାଂଲାଦେଶ ନେଲା ବଡ ନିଷ୍ପତ୍ତି! ଏହି କାର୍ଯ୍ୟକ୍ରମକୁ କଲା ରଦ୍ଦ

ଢାକା,୬।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରବିବାର (ଜାନୁୟାରୀ ୫) ଭାରତରେ ଯୋଜନା କରାଯାଇଥିବା ନ୍ୟାୟିକ ତାଲିମ କାର୍ଯ୍ୟକ୍ରମ ବାତିଲ କରିବାକୁ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ଆଉ ୨ ଦେଶକୁ ବ୍ୟାପିଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌

ବେଜିଂ,୬।୧: କୋଭିଡ-୧୯ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାଏକ ନୂତନ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଥର ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ (ଏଚ୍‌ଏମ୍‌ପିଭି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri