ଜେଲ୍‌ରେ ଇମ୍ରାନ, ଅପହରଣ ଅଭିଯୋଗ ଆଣିଲା ପିଟିଆଇ

ଇସଲାମାବାଦ,୬ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧିକାରୀଙ୍କ ଉପରେ ଅଭିଯୋଗ କରିଛି।

ପିଟିଆଇ କହିଛି, ଇମ୍ରାନଙ୍କ ଆଇନଗତ ଦଳ ଆବଶ୍ୟକୀୟ ଦସ୍ତାବିଜରେ ତାଙ୍କ ଦସ୍ତଖତ ପାଇବାକୁ ଅଟକାଯାଉଛି। ୭୦ ବର୍ଷୀୟ ଇମ୍ରାନଙ୍କୁ ଅଗଷ୍ଟ ୫ରେ ଲାହୋରର ଜମାନ ପାର୍କ ନିବାସରୁ ଗିରଫ କରାଯାଇଥିଲା। ଇସଲାମାବାଦ ଟ୍ରାଏଲ କୋର୍ଟ ଖାନ୍‌ଙ୍କୁ ତୋସାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସରକାରୀ ଉପହାର ବିକ୍ରିକୁ ଲୁଚାଇ ରଖିଥିବା ପିଟିଆଇ ଦଳର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି। ସେ ବର୍ତ୍ତମାନ ଆଟକ୍‌ ଜେଲରେ ଅଛନ୍ତି। ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଶେୟାର କରାଯାଇଥିବା ଏକ ବିବୃତ୍ତିରେ ଖାନ୍‌ଙ୍କ ଗିରଫଦାରୀକୁ ‘ଅପହରଣ’ ବୋଲି କହିଛି ପିଟିଆଇ। ସୁପରିଣ୍ଟେଣ୍ଡେଣ୍ଟ ଆଟକ୍‌ ଜେଲ ଏବଂ ପଞ୍ଜାବର ଅତିରିକ୍ତ ଗୃହ ସଚିବଙ୍କୁ ଦିଆଯାଇଥିବା ଆବେଦନ ସତ୍ତ୍ୱେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି।

Share