ଇମ୍ରାନ ଜଣେ ମିଛୁଆ, ଦେଶର ଲୋକଙ୍କ ମନରେ ଭରିଛନ୍ତି ଜହର: ଶାହବାଜ ସରିଫ…

ଇସଲାମାବାଦ,୫।୧୦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରି ତାଙ୍କୁ ପୃଥିବୀର ସବୁଠାରୁ ବଡ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭୋଟରଙ୍କୁ ଧ୍ରୁବୀକରଣ କରିବା ପାଇଁ ଏପ୍ରିଲରେ ଇମ୍ରାନ ଖାନ କ୍ଷମତାରୁ ବହିଷ୍କୃତ ହେବା ପରେ ମଧ୍ୟ ଲୋକଙ୍କ ମନରେ ଜହର ଭରିବା ଆରମ୍ଭ କରିଥିଲେ।

ବ୍ରିଟେନର ଦି ଗାର୍ଡିଆନ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଶାହବାଜ ୨୦୧୮ ରୁ ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଇମ୍ରାନଙ୍କ ଶାସନ ସମୟରେ ଦେଶର ଘରୋଇ ତଥା ବିଦେଶୀ କ୍ଷେତ୍ରରେ ହୋଇଥିବା କ୍ଷତି ବିଷୟରେ କହିଥିଲେ।

ଇମ୍ରାନ ଖାନ ବାରମ୍ବାର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଆମେରିକା ତାଙ୍କ ବିରୋଧରେ ଏକ ବିଦେଶୀ ଷଡଯନ୍ତ୍ର ରଚିଥିଲା। ଏହାକୁ ପ୍ରମାଣ କରିବାକୁ ସେ କୂଟନୈତିକ ସ୍ତରୀୟ ଆଲୋଚନାର ଦାବି କରିଥିଲେ। ତେବେ ତାଙ୍କ ବହିଷ୍କାରରେ କୌଣସି ଭୂମିକାକୁ ନେଇ ଆମେରିକା ପକ୍ଷରୁ ଅସ୍ବୀକାର କରାଯାଇଥିଲା।\

ଏବେ ଶାହବାଜଙ୍କ ଏଭଳି ମନ୍ତବ୍ୟ ନେଇ ପାକିସ୍ତାନ ରାଜନୀତିରେ ଉଷ୍ଣତା ଭରିବା ଆରମ୍ଭ କରିଛି।

Share