ଇମ୍ରାନ ହତାଶ

ଇସଲାମାବାଦ,୨୮ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ବି ରାଜନୈତିକ ଉତ୍ତେଜନା ଲାଗି ରହିଛି। ପାକିସ୍ତାନର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅସନ୍ତୋଷ ଜଳ ଜଳ ଦେଖାଯାଉଛି। ଗତ ବୁଧବାର ଇମ୍ରାନଙ୍କ ନେତୃତ୍ୱରେ ଇସଲାମାବାଦରେ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମାତ୍ର ଏହି ବିକ୍ଷୋଭ ସଫଳ ହୋଇ ନ ଥିଲା। ବରଂ ଇମ୍ରାନଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫଳରେ ବିକ୍ଷୋଭକାରୀଙ୍କୁ ଏକାଠି କରିବାରେ ବିଫଳ ହେବାରୁ ଇମ୍ରାନ ହତାଶ ହୋଇପଡ଼ିଛନ୍ତି।

ଇମ୍ରାନ ଆଶା କରିଥିଲେ, ଲୋକେ ତାଙ୍କୁ ବହୁ ସଂଖ୍ୟାରେ ସମର୍ଥନ କରିବେ। ତାଙ୍କ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେବେ। ମାତ୍ର ଏପରି କିଛି ବି ହୋଇ ନ ଥିଲା। ଯେଉଁଥିପାଇଁ ଇମ୍ରାନଙ୍କ ମନ ମଧ୍ୟରେ ରାଗର ନିଆଁ କୁହୁଳୁଛି।

Share