ପୁଣି ଅଡୁଆରେ ଇମ୍ରାନ

ଇସଲାମାବାଦ,୬ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ୍‌ ପୁଣି ଅସୁବିଧାରେ ପଡ଼ିଛନ୍ତି। ରାଓ୍ବଲପିଣ୍ଡିରେ ଆର୍ମି ଜେନେରାଲ ମୁଖ୍ୟାଳୟ (ଜିଏଚ୍‌କ୍ୟୁ) ଉପରେ ଅଦ୍ୟାବଧି ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ବିରୋଧୀ ଅଧିନିୟମ ଅଧୀନରେ ତିନିଟି ସମେତ ଇମ୍ରାନ ଖାନଙ୍କ ନାମରେ ୬ଟି ମାମଲା ପଞ୍ଜୀକୃତ ହୋଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି, ୭୦ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ଏହି ତିନୋଟି ମାମଲା ମେ’ ୯ରେ ପଞ୍ଜୀକୃତ ହୋଇଥିବା ବେଳେ ବାକି ତିନୋଟି ମେ’ ୧୦ରେ ଆତଙ୍କବାଦ ନିରୋଧୀ ଆଇନ (ଏଟିଏ) ଅନୁଯାୟୀ ପଞ୍ଜୀକୃତ ହୋଇଛି।

 

Share