ଇସଲାମାବାଦ,୨୦ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଆଜିକାଲି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ତାଙ୍କୁ ରାଜନେତା ନୁହନ୍ତି ବରଂ ଆତଙ୍କବାଦୀ ବୋଲି କହିଛନ୍ତି।
ମରିୟମ କହିଛନ୍ତି, ଇମ୍ରାନଙ୍କ ଜମାନ ପାର୍କ ବାସଭବନକୁ ଆତଙ୍କବାଦୀ ବଙ୍କର ଏବଂ ପେଟ୍ରୋଲ ବୋମା ଲାବୋରେଟୋରୀ। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମରିୟମ ଏପରି ଅଭିଯୋଗ କରିଛନ୍ତି। ଗତ ବର୍ଷ ଏପ୍ରିଲରେ କ୍ଷମତା ହରାଇବା ପରେ ଇମ୍ରାନ ପାଗଳ ହୋଇଯାଇଥିଲେ ଏବଂ ବର୍ତ୍ତମାନ ସେ ରାଜ୍ୟର ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ରାଜନେତାରୁ ଆତଙ୍କବାଦୀ ହୋଇଯାଇଥିବା ସେ କହିଛନ୍ତି।