ଦେଶର ଆର୍ର୍ଥିକ ସଙ୍କଟ ପାଇଁ ଇମ୍ରାନ ଦାୟୀ: ଶେହବାଜ ସରିଫ…

ଇସଲାମାବାଦ,୨୭।୫ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ କୌଣସି ଡିଲ କରାଯାଉ ନାହିଁ କିନ୍ତୁ ଦେଶକୁ ଯେକୌଣସି ଡିଫଲ୍ଟର ସମ୍ମୁଖୀନ ହେବାକୁ ରୋକିବାରେ ଚାଇନାର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଅଟେ।

କରାଚିରେ ଶିଳ୍ପପତି ଏବଂ ବ୍ୟବସାୟୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ସରିଫ କହିଛଆଇଏମଏଫ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ କଠୋର ସର୍ତ୍ତକୁ ପାକିସ୍ତାନ ସଫଳତାର ସହ ପୂରଣ କରିଛି ଏବଂ ଆଇଏମଏଫ କାର୍ଯ୍ୟକ୍ରମ ପୂରଣ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛି।

ପାକିସ୍ତାନର ବିକାଶ ଦିଗରେ ବନ୍ଧୁତ୍ୱପୂର୍ଣ୍ଣ ଦେଶର ଶୁଭେଚ୍ଛାକୁ ଦୃଷ୍ଟିରେ ରଖି ଚାଇନା ଏହାର ବ୍ୟବସାୟିକ ଋଣ ଉପରେ ନିଜର ସମର୍ଥନ ପ୍ରଦର୍ଶନ କରିଛି। ପାକିସ୍ତାନ ଏହାର ବନ୍ଧୁତ୍ୱପୂର୍ଣ୍ଣ ଦେଶରୁ ସକରରାତ୍ମକ ଭାବନା ଗ୍ରହଣ କରିଛି, ଯାହା ଦେଶର ଅଗ୍ରଗତି ଦେଖିବାକୁ ସାମୂହିକ ଇଚ୍ଛାକୁ ଦର୍ଶାଉଛି।

ପୂର୍ବର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଆଇଏମଏଫ ସହ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି। ଦେଶରେ ଏକ ବର୍ଷ ଧରି ରାଜନୈତିକ ଅସ୍ଥିରତା ଦେଖାଦେଇଛି, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଦେଶର ଆର୍ର୍ଥିକ ସଙ୍କଟ ପାଇଁ ଇମ୍ରାନ ଦାୟୀ ।ବର୍ତ୍ତମାନର ଅସ୍ଥିରତା ମୂଲ୍ୟ ବୃଦ୍ଧିରେ ଆହୁରି ସହାୟକ ହୋଇଛି ବୋଲି ସେ କହିଛନ୍ତି। ସରିଫ ପୁଞ୍ଜି ନିବେଶକାରୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ଯେଉଁମାନେ ସ୍ବେଚ୍ଛାକୃତ ଭାବେ ରିସ୍କ ନେଇ ପାକିସ୍ତାନରେ ନିବେଶ କରିଛନ୍ତି ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି॥

Share