ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍‌ଲାମାବାଦକୁ ଟାର୍ଗେଟ୍‌ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ ଭାରତରେ ରହୁଥିବା ମୁସଲ୍‌ମାନଙ୍କର ମଧ୍ୟ ବିରୋଧୀ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରକାଶ କରିଛନ୍ତି। ଇସ୍‌ଲାମାବାଦଠାରେ ଅନୁଷ୍ଠିତ ଦୁଇ ଦିବସୀୟ ପାକ୍‌- ଆଫ୍‌ଗାନ ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗଦେଇ ଇମ୍ରାନ୍‌ କହିଛନ୍ତି, ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କଶ୍ମୀରବାସୀଙ୍କୁ ଏବେ ନାନାଦି ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ତର୍ଜାତୀୟ ସ୍ତରରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ବି ବହୁ ଚାପ ସହିବାକୁ ପଡ଼ୁଛି। ଆଫଗାନିସ୍ତାନରେ ଭାରତର ବୃହତ୍‌ ଭୂମିକା ରହିବ ବୋଲି ଆମେରିକା କହିବା ପରେ ସୀମାରେ ଏହାର କୁପ୍ରଭାବ ପଡ଼ିବ ବୋଲି ଇମ୍ରାନ୍‌ ମତ ଦେଇଛନ୍ତି। ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ସମର୍ଥନ କରି ପାକିସ୍ତାନ ବିରୋଧରେ ଲଢ଼େଇ ଲାଗି ଭାରତ ପ୍ରସ୍ତୁତି ଚଳାଇଥିବା ସେ ଅଭିଯୋଗ କରିଛନ୍ତି।

Share