ଯାଞ୍ଚ ଟିମ୍‌ ସାମ୍ନାରେ ହାଜର ହେଲେ ଇମ୍ରାନ

ଇସଲାମବାଦ,୧୧।୭: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ ଥମିବାର ନାଁ ନେଉନାହିଁ। ୧୨ଟି ଅପରାଧିକ ମାମଲାରେ ତାଙ୍କ ବୟାନି ରେକର୍ଡ କରିବାକୁ ଇମ୍ରାନ ଖାନ ଦୁଇଟି ଯାଞ୍ଚ ଟିମ୍‌ ନିକଟରେ ହାଜର ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ପେନାଲ କୋଡ ଏବଂ ଆତଙ୍କବାଦ ବିରୋଧୀ ସହ ଅନ୍ୟ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଇମ୍ରାନ ଖାନ ବରିଷ୍ଠ ପୋଲିସ ଅଧୀକ୍ଷକ ୟାସିର ଆଫ୍ରିଦି ଏବଂ ପୋଲିସ ଅଧୀକ୍ଷକ ରୁଖସର ମେହେଡିଙ୍କ ନେତୃତ୍ୱରେ ଦୁଇଟି ଯାଞ୍ଚ ଟମ୍‌ ତାଙ୍କ ବୟାନ ରେକର୍ଡ କରିଛନ୍ତି। ବୟାନ ରେକର୍ଡବେଳେ ତାଙ୍କୁ ୨୫ଟି ପ୍ରଶ୍ନ ପଚରାଯାଇଥିଲା। ତେବେ ଖାନ କହିଛନ୍ତି ଯେ ପାକିସ୍ତାନ ଏବଂ ଜାତୀୟ ଅନୁଷ୍ଠାନ ପ୍ରତି ମୋର ଘୃଣା ନାହିଁ। ମୁଁ ପାକିସ୍ତାନୀ ଲୋକ, ପାକିସ୍ତାନୀ ସେନା, ପାକିସ୍ତାନୀ ସହିଦ, ଗାଜିଆ ଏବଂ ସହିଦମାନଙ୍କ ସ୍ମାରକକୁ ହୃଦୟରୁ ସମ୍ମାନ କରୁଛି। ମେ ୯ ଘଟଣାକୁ ନିନ୍ଦା କରି ଇମ୍ରାନ କହିଛନ୍ତି ଯେ, ଘଟଣାରେ ମୋର କିମ୍ବା ମୋର ଦଳର କର୍ମୀଙ୍କର କିଛି ସମ୍ପର୍କ ନାହିଁ। ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି।

Share