ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ବଳାତ୍କାର : ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ,୨୧।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ବୟାନକୁ ନେଇ ସବୁବେଳେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ମହିଳାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମହିଳାଙ୍କ ପୋଷାକକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ବଳାତ୍କାର ମାମଲା ବୃଦ୍ଧି ପଛର କାରଣ ହେଉଛି  ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଛି। ଯାହାକୁ ନେଇ ଏବେ ଦେଶରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ଏଚ୍‌ବିଓ ପାଇଁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଯଦି ଜଣେ ମହିଳା ଛୋଟ ପୋଷାକ ପିନ୍ଧନ୍ତି, ତେବେ ଏହା ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ। ଯଦି ସେ କୌଣସି ରୋବଟ ନ ହୋଇଥିବ ତାହେଲେ କଥା ଅଲଗା। ଏହା ଏକ ସାଧାରଣ କଥା। ତେଣୁ ମହିଳାମାନେ ନିଜ ପୋଷାକ ପିନ୍ଧିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ସୋସିଆଲ ମିଡିଆରେ ନିନ୍ଦା କରାଯାଉଛି। ଏହାପୂର୍ବରୁ ବି ସେ ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିସାରିଛନ୍ତି।

Share