ଆରଏସ୍‌ଏସ୍‌କୁ ନାଜିବାଦୀ ବୋଲି କହିଲେ ଇମ୍ରାନ

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ କଶ୍ମୀର ପ୍ରସଙ୍ଗକୁ ଟାର୍ଗେଟ କରିଛନ୍ତି । ସେ ଏଥର କହିଛନ୍ତି ଭାରତ-ପାକିସ୍ତାନ ସମ୍ପର୍କରେ ବାଧା ସଷ୍ଟି ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ଦାୟୀ । ସେ ଆରଏସଏସକୁ ନାଜିବାଦୀ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ମାସରେ ଆତଙ୍କବାଦ ଆର୍ଥିକ ସହାୟତା ଉପରେ ପାକିସ୍ତାନ ନେଇଥିବା ପଦକ୍ଷେପ ଗୁଡିକର ଆର୍ଥିକ ଆକ୍ସନ ଟାକ୍ସ ଫୋର୍ସ(ଏଟିଏଫ୍‌) ସମୀକ୍ଷା କରିବା ପୂର୍ବରୁ ଇମ୍ରାନ ଆମେରିକାକୁ ଆତଙ୍କବାଦ ପାଇଁ ଦାୟୀ କରିଥିଲେ । ଇମ୍ରାନ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଭାରତରେ ଏକ ଆକ୍ରମଣ ହୋଇଥିଲା । ଜଣେ କଶ୍ମୀର ଯୁବକ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ଯାଇ ନିଜକୁ ବୋମାରେ ଉଡାଇ ଦେଇଥିଲେ । ହେଲେ ଏହି ଘଟଣା(ପୁଲୱାମା)କୁ ନେଇ ପାକିସ୍ତାନକୁ ଦୋଷ ଦିଆଗଲା । ହେଲେ ମୁଁ କହିଥଲି ଯଦି ଏହାର କିଛି ପ୍ରମାଣ ଅଛି ତେବେ ମୋତେ ଦିଅ ମୁଁ ଏହା ବିରୋଧରେ କାର୍ଯ୍ୟାନୁଷଠାନ ଗ୍ରହଣ କରିବି । କିନ୍ତୁ ଭାରତ ଏହା ନ କରି ପାକିସ୍ତାନ ଉପରେ ଆକ୍ରମଣ କରିଦେଲା । ମୁଁ ସବୁବେଳେ କହିଛି ତୁମେ ଗୋଟିଏ ପାଦ ବଢାଅ ମୁଁ ଦୁଇପାଦ ବଢାଇବି । ତାହେଲେ କଶ୍ମୀର ପସ୍ରଙ୍ଗ ରହିବ ନାହିଁ । ଆଉ ଆମେ ଭଲ ପଡୋଶୀ ହୋଇ ପାରିବା । ହେଲେ ଏହା ସମ୍ଭବ ହେଉନି । ଏଥିପାଇଁ ସେ ଆରଏସଏସକୁ ଦାୟୀ କରିଛନ୍ତି ।

Share