ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ଇମ୍ରାନ୍‌, ପିଟିଆଇ ମୁଖ୍ୟ ଓକିଲଙ୍କ ଦାବି

ଇସଲାମାବାଦ,୮।୮: ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଓକିଲ ନାଇମ ହାଇଦର ପଞ୍ଜୋଥା ଦାବି କରିଛନ୍ତି ଯେ, ଇମ୍ରାନ୍‌ଙ୍କୁ ଜେଲରେ ସି-ଗ୍ରେଡ ସୁବିଧା ଦିଆଯାଇଛି ଏବଂ ତାଙ୍କୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରଖାଯାଇଛି।

ରିପୋର୍ଟ ଅନୁଯାୟୀ ପଞ୍ଜୋଥା କହିଛନ୍ତି, ଇମ୍ରାନ୍‌ ଖାନ ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି। ଯେଉଁଠାରେ ପିଟିଆଇ ମୁଖ୍ୟଙ୍କୁ ରଖାଯାଇଛି, ସେହି ଜେଲର ଅବସ୍ଥା ବିଷୟରେ ବର୍ଣ୍ଣନା କରି ପଞ୍ଜୋଥା କହିଛନ୍ତି ଯେ, ଏହା ମାଛି ଏବଂ କୀଟନାଶକ ପରିପୂର୍ଣ୍ଣ। ଇମ୍ରାନ୍‌ଙ୍କ ଓକିଲଙ୍କ ଏହି ବିବୃତ୍ତି ସୋମବାର ତାଙ୍କୁ ଭେଟିବା ପରେ ଆସିଛି। ଖାନଙ୍କ ଓକିଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ଛୋଟ କୋଠରୀ ଦିଆଯାଇଛି ଯେଉଁଥିରେ ଖୋଲା ଶୈଚାଳୟ ଅଛି। ଓକିଲ କହିଛନ୍ତି ଯେ ତାଙ୍କୁ ଜେଲରେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ।

Share