ଇମ୍ରାନଙ୍କ ଦାବି ପିଟିଆଇକୁ ଦୁର୍ବଳ କରିବାକୁ ହେଉଥିବା ଷଡଯନ୍ତ୍ରରେ ପାକ ସେନା ସାମିଲ

ଇସଲାମାବାଦ,୯ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ତହରିକ-ଏ-ଇନସାଫ(ପିଟିଆଇ)କୁ ଦୁର୍ବଳ କରିବାକୁ ସେନା ଷଡଯନ୍ତ୍ର କରୁଛି । ଫଳରେ ପାକିସ୍ତାନରେ ଦୁର୍ବଳ ସରକାର ହେବ ।
ମିଡିଆ ରିପୋର୍ଟ ଅନୁଯାୟୀ, ଦେଶରେ ରାଜନୈତିକ ଇଞ୍ଜିନିୟରିଂ ଏବେବି ଚାଲିଛି । ଇମ୍ରାନ କହିଛନ୍ତି, ଦୁର୍ଭାଗ୍ୟ ବଶତଃ ଆମେ ଅତିତରୁ କୌଣସି ବୁଦ୍ଧି ଶିଖି ପାରିଲୁ ନାହିଁ । ମୁତ୍ତାହିଦା କୌମି ମୁଭମେଣ୍ଟ(ଏମକ୍ୟୁଏମ) ପାର୍ଟିର ବିଲୟ କରାଯାଉଛି, ବିଏପିକୁ ପିପିପିରେ ମିଶାଇ ଦିଆଯାଉଛି ଓ ଦକ୍ଷିଣ ପଞ୍ଜାବରେ ପିପିପିକୁ ମଜଭୁତ କରିବାକୁ ଚେଷ୍ଟା କରାଯାଉଛି ।

Share