ଇମ୍ରାନଙ୍କ ଗିରଫକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପତ୍ନୀ ରେହନ, ଭାଇରାଲ ହେଉଛି ଟୁଇଟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି। ଏହି ଗିରଫ ଘଟଣାକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି, ଯାହା ଏବେ ହିଂସାର ରୂପ ନେଲାଣି। ଏବେ ଇମ୍ରାନଙ୍କ ଗିରଫକୁ ନେଇ ତାଙ୍କର ପୂର୍ବତନ ପତ୍ନୀ ରେହନ ଖାଁଙ୍କ ଟୁଇଟ ସାମ୍ମାକୁ ଆସିଛି। ଟୁଇଟରେ ରେହନ ଲେଖିଛନ୍ତି, ତାଙ୍କର କାହା ସହ ପ୍ରତ୍ୟେକ୍ଷ ଭାବେ ଶତ୍ରୁତା ନାହିଁ। ସୂଚନାଯୋଗ୍ୟ, ଇମ୍ରାନ ଖାଁ ଓ ରେହନ ଖାଁଙ୍କ ବିବାହ ମାତ୍ର ୧୦ ମାସ ଚାଲିଥିଲା ଏହାପରେ ଦୁଇ ଜଣଙ୍କ ମଧ୍ୟରେ ତଲାକ ହେବା ପରେ ଇମ୍ରାନଙ୍କୁ ନେଇ ରେହାନ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆଣିଥିଲେ।

ରେହାନ ଟୁଇଟରେ ଲେଖିଛନ୍ତି କି ମୋର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ନାହିଁ। ମୋର କେବଳ ଚିନ୍ତା ପାକିସ୍ତାନବାସୀଙ୍କର ସୁରକ୍ଷା ଓ ଆମର ସାର୍ବଭୌମତ୍ୱ ବିଷୟରେ। ଅନେକ ଥର ବାହ୍ୟ ଶକ୍ତି ଆମ ଅର୍ଥନୀତିକୁ ନଷ୍ଟ କରିବା ଏବଂ ଅରାଜକତା ବିସ୍ତାର କରିବା ପାଇଁ କେତେକ ଲୋକଙ୍କୁ ବ୍ୟବହାର କରୁଛନ୍ତି। ଏହାର ଏକ ଲମ୍ବା ଇତିହାସ ରହିଛି କିନ୍ତୁ ଆମକୁ ଭାଗ୍ୟ ବଦଳାଇବାକୁ ପଡିବ।

 

Share