ଇମ୍ରାନ୍‌ଙ୍କୁ ଫାଶୀ ଦିଆଯାଉ, ସଂସଦରେ ଉଠିଲା ଦାବି

ଇସଲାମାବାଦ,୧୫।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇ କୋର୍ଟ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଶାହାବାଜ ସରକାରଙ୍କ ମିଳିତ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ)ସହିତ ଜଡିତ ଦଳମାନେ ବିରୋଧ କରୁଛନ୍ତି। ଏଥି ସହ ସୋମବାର ପାକିସ୍ଥାନ ସଂସଦରେ ଇମ୍ରାନ୍‌ ଖାନଙ୍କୁ ଫାଶୀ ଦେବାର ଦାବି ମଧ୍ୟ ଉଠିଛି।

ପାକିସ୍ତାନ ସଂସଦରେ ବିରୋଧୀ ଦଳର ନେତା ରାଜା ରିୟାଜ ଅହମ୍ମଦ ଖାନ କହିଛନ୍ତି, ଇମ୍ରାନ୍‌ ଖାନଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍‌, କିନ୍ତୁ କୋର୍ଟ ତାଙ୍କୁ ଜ୍ୱାଇଁ ଭଳିଆ ସ୍ବାଗତ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଉପରାଷ୍ଟ୍ରପତି ମରିୟମ ନୱାଜ ମଧ୍ୟ ଇମ୍ରାନ୍‌ଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ବାହାରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିଲେ। ମରିୟମଙ୍କୁ ଇମ୍ରାନ୍‌ ଖାନଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଏ। ମରିୟମ କହିଛନ୍ତ, ଇମ୍ରାନଙ୍କୁ ମୁକ୍ତ କରାଯିବା ଉଚିତ୍‌ ନୁହେଁ। ଦେଶକୁ ଧ୍ୱଂସ କରିବା ପାଇଁ ଇମ୍ରାନ କୌଣସି ମୌକା ଛାଡି ନ ଥିଲେ। ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍‌।

Share