Advertisement

ଇମ୍ରାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି। ଦେଶର ଆତଙ୍କବାଦ ବିରୋଧୀ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ହାଇକୋର୍ଟ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ର୍‌ ତାଙ୍କୁ କୋର୍ଟରେ ହାଜର ହେବାକୁ କିଛି ଦିନର ଅନୁମତି ଦେଇଛନ୍ତି। ଫଳରେ ତାଙ୍କ ଗିରଫ ସମ୍ଭାବନା ଟଳି ଯାଇଛି।

ତୋସାଖାନା ମାମଲାରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନ ତେହରିକ ଇନସାଫ ପାର୍ଟି(ପିଟିଆଇ)ର ବିରୋଧ ପ୍ରଦର୍ଶନକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହେଲେ ଦେହରେ ଗୁଳି ବାଜିଥିବାରୁ ସେ ବିଶ୍ରାମ କରୁଛନ୍ତି। ଏହାକୁ ନେଇ ସେ କୋର୍ଟରେ ହାଜର ହେବା ଲାଗି କିଛିଦିନର ଅନୁମତି ମାଗିଥିଲେ। ବୁଧବାର ଶୁଣାଣି ସମୟରେ ଇମ୍ରାନଙ୍କ ଓକିଲ ରଖିଥିବା ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ଆବେଦନକୁ ଖାରଜ କରିଥିଲେ। ଏଭଳିସ୍ଥିତିରେ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରୁ ତାଙ୍କୁ ଅନୁମତି ମିଳିଥିବା କୁହାଯାଉଛି।

Subscribe to Dharitri WhatsApp Channel

Share