୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି ଇମ୍ରାନ ଖାନ୍‌: ଶାହାବାଜ ସରିଫ

ଲାହୋର,୧୨।୫:ପାକିସ୍ଥାନ ପ୍ରଧାନମନ୍ତ୍ରୀ ସାହାବାଜ ସରିଫ୍‌ ଶୁକ୍ରବାର ଇମ୍ରାନ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। କ୍ୟାବିନେଟ୍‌ ବୈଠକରେ ସେ କହିଛନ୍ତି ଯେ, ପିଟିଆଇ ଦେଶକୁ ବିପଦକୁ ଠେଲି ଦେଇଛି ଯାହାଦ୍ୱାରା ଦେଶ ଆଜି ବିପଦର ସାମ୍ନା କରୁଛି। ଇମ୍ରାନ ୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି। ଦେଶ ଏବେ ମୁଦ୍ରାକୁ ନେଇ କଠିନ ପରିସ୍ଥିତି ଦେଇ ଗତି କରୁଛି। ଇମ୍ରାନ ଖାନ୍‌ଙ୍କ ସରକାର ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ହୋଇଥିବା ଚୁକ୍ତିକୁ ଉଲ୍ଲଘଂନ କରିଛି। ଇମ୍ରାନ ଖାନ୍‌ଙ୍କ ଦୁର୍ନୀତିକୁ ସୁପ୍ରିମକୋର୍ଟ ଢାଲ ସଦୃଶ ଘୋଡେଇ ରଖୁଛନ୍ତି।

Share