ଖୁବଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ ଖାଁ, କହିଲେ ୪ ଜଣ ଚାହୁଁଛନ୍ତି ମୋତେ ହତ୍ୟା କରାଯାଉ

ଇସଲାମାବାଦ,୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାୁଁ ବିଦେଶି ଫଣ୍ଡିଂ ମାମଲାରେ ଖୁବଶୀଘ୍ର ଗିରଫ କରାଯାଇପାରେ । ଶୁକ୍ରବାର ପିଟିଆଇ ନେତା ତାରିକ ଶଫି, ହମିଦ ଜମାନ ଓ ଶୈଫ ନିୟାଜିଙ୍କୁ ସାଇବର ଅପରାଧ ଶାଖା ଗିରଫ କରିଛି ।
ଏପଟେ ଇମ୍ରାନ ଖାଁ ଶୁକ୍ରବାର ଅଭିଯୋଗ କରିଛନ୍ତି କି ଇଶନିନ୍ଦାର ଅଭିଯୋଗରେ ୪ ଜଣ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି । ଏହାସହ ସେ ଚେତାବନୀ ଦେଇ କହିଛନ୍ତି, ଯଦି ତାଙ୍କ ସହ କିଛି ଘଟେ ତେବେ ସମସ୍ତ ଯୋଜନାକାରୀଙ୍କ ନାମ ଦେଶ ସାମ୍ନାରେ ରଖାଯିବ ।
ଏହା ପୂର୍ବରୁ ଏକ ସ୍ଥାନୀୟ ଖବରକାଗଜ ଖବର ଦେଇଥିଲା କି ପାକିସ୍ତାନ ସରକାର ଇମ୍ରାନ ଖାଁଙ୍କୁ ତାଙ୍କ ବନିଗଲ ଘରେ ନଜରବନ୍ଦୀ ରଖିବାକୁ ଯୋଜନା କରୁଛି । ସେଥିପାଇଁ ପୋଲିସକୁ ଗ୍ରୀନ ସିଗନାଲ ମିଳିଯାଇଛି । ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଏକ ବଡ ମାର୍ଚ୍ଚର ଘୋଷଣା କରିଛନ୍ତି । ସେ ଦଳୀୟ କର୍ମୀଙ୍କୁ ଇସଲାମାବାଦରେ ‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ।

Share