ଜେଲରେ ଇମ୍ରାନ୍‌ ଖାନଙ୍କୁ ଭେଟିଲେ ସ୍ତ୍ରୀ ବୁଶାରା ବିବି

ଇସଲାମାବାଦ,୧୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ହାଇ ସିକ୍ୟୁରିଟି ସହିତ ଅଟକ ଜେଲର କୋଠରୀରେ ରଖାଯାଇଛି। ଦୁର୍ନୀତି ମାମଲାରେ ଗିରଫ ଏବଂ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଥମ ଥର ପାଇଁ ଖାନଙ୍କୁ ଗୁରୁବାର ତାଙ୍କ ସ୍ତ୍ରୀ ବୁଶାରା ବିବି ଭେଟଛନ୍ତି। ଏହାପୂର୍ବରୁ ସୋମବାର ଆଡଭୋକେଟ ନଇମ ହାଇଦର ପଞ୍ଜୋଥା ମଧ୍ୟ ସାକ୍ଷାତ କରି ଦାବି କରିଛନ୍ତି ଯେ, ତାଙ୍କୁ ଏକ ଖରାପ କୋଠରୀରେ ରଖାଯାଇଛି।

Share