ବଢୁଛି ଇମ୍ରାନ୍‌ଙ୍କ ଲୋକପ୍ରିୟତା, ୨୪ ଘଣ୍ଟାରେ ୧.୨୦ ମିଲିୟନ ଟିକ୍‌ ଟକ୍‌ ଫଲୋର୍ସ

ଇସଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ମୁଖ୍ୟ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ କିଛି ଦିନ ହେବ ସମସ୍ୟା ଘେରରେ ଅଛନ୍ତି। ହେଲେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର ଅର୍ଥାତ୍‌ ଜୁଲାଇ ୧୮ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ ଟକ୍‌ ଆକାଉଣ୍ଟ ଖୋଲିଥିଲେ। ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ତାଙ୍କର ୧.୨୦ ମିଲିୟନ ଫଲୋର୍ସ ହୋଇସାରିଲେଣି।

ଇମ୍ରାନ୍‌ ଖାନଙ୍କ ଟିକ୍‌ ଟକ୍‌କୁ ଆସିବା ଉପରେ ତାଙ୍କ ଦଳ ମଧ୍ୟ ଏକ ଟୁଇଟ୍‌ କରି କହିଛନ୍ତି ଯେ ଚେୟାରମ୍ୟାନ ଇମ୍ରାନ୍‌ ଖାନଙ୍କ ଟିକ୍‌ ଟକ୍‌ ଆକାଉଣ୍ଟକୁ ପ୍ରଥମ ୩ ଘଣ୍ଟା ମଧ୍ୟରେ ୧,୦୦,୦୦୦ ଫଲୋର୍ସ ଏବଂ ୧୨ ମିଲିୟନ ଭ୍ୟୁ ମିଳିଛି। ଖବର ଲେଖିବା ପର୍ଯ୍ୟନ୍ତ, ଇମ୍ରାନ୍‌ ଖାନଙ୍କ ଫଲୋର୍ସ ୧.୨୦ଫଲୋର୍ସ ଅଛନ୍ତି।

Share