‘ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ଇମ୍ରାନ’

କରାଚୀ,୩୦।୩: ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ଖେଳାଳି, ଯିଏ କି ଶେଷ ବଲ ପର୍ଯ୍ୟନ୍ତ ଖେଳେ। ସେ ଇସ୍ତଫା ଦେବେ ନାହିଁ। ଉଭୟ ବନ୍ଧୁ ଏବଂ ଶତ୍ରୁଗଣ ମଧ୍ୟରେ ମ୍ୟାଚ୍‌ ହେବ’। ପାକିସ୍ତାନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଏଭଳି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨୦୧୮ରେ ନିର୍ବାଚିତ ହେବା ପରେ ସବୁଠୁ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସରକାରରେ ଥିବା ତେହରିକ-ଇ-ଇନସାଫ (ପିଟିଆଇ)ର ସହଯୋଗୀ ଦଳ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ବିରୋଧୀଙ୍କ ସହ ମେଣ୍ଟ କରିଛନ୍ତି। ଅନ୍ୟପକ୍ଷରେ ସରକାରକୁ ବଞ୍ଚାଇବା ପାଇଁ ଇମ୍ରାନ ପୂର୍ବତନ ପାକିସ୍ତାନ ଅଧିନାୟକ ପାକିସ୍ତାନ ସେନା ମୁଖ୍ୟ ଏବଂ ଆଇଏସ୍‌ଆଇ ମୁଖ୍ୟଙ୍କ ସହ ବୈଠକ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି।

Share