ମହିଳା ଜଜଙ୍କୁ ଧମକାଇବା ମାମଲାରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାଁ

ଇସଲାମାବାଦ,୧୩ ।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ମହିଳା ଜଜଙ୍କୁ ଧମକାଇବା ମାମଲାରେ ଇସଲାମାବାଦର ଏକ କୋର୍ଟ ଜାମିନ ବିହିନ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ୱାରଣ୍ଟ ଜାରି ହେବା ପରେ ପୋଲିସ ଇମ୍ରାନଙ୍କୁ ଗିରଫ କରିବାକୁ ବାହାରି ପଡିଛି, ତାଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରେ ।
ସୋମବାର ଇମ୍ରାନ ଖାଁ ତାଙ୍କ ଏକ ବୁଲେଟ ପ୍ରୁଫ ଗାଡିରେ ଘରୁ ବାହାରି ଯାଇଥିବା ଦେଖାଯାଇଛି । କୁହାଯାଉଛି କି ସେ ହାଇକୋର୍ଟରୁ ଆଶ୍ୱସ୍ତି ପାଇବାକୁ ଘରୁ ବାହାରି ଯାଇଛନ୍ତି । ତାଙ୍କ ସହ ଆଉ କିଛି ଗାଡି ମଧ୍ୟ ଯାଇଛି । ଏପଟେ ଇସଲାମାବାଦର ଅତିରିକ୍ତ ସେସନ କୋର୍ଟର ଜଜ ପୋଲିସକୁ ଇମ୍ରାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇସଲାମାବାଦର ଅତିରିକ୍ତ ସେସନ କୋର୍ଟ କହିଛନ୍ତି, ଇମ୍ରାନ ଖାଁଙ୍କୁ ୧୮ ମାର୍ଚ୍ଚ ମଧ୍ୟରେ କୋର୍ଟରେ ହାଜର କରାଯାଉ ।

Share