କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ ନେତାଙ୍କ ସହ ଆଖି ମିଶାଇ ପାରୁ ନାହାନ୍ତି । ବିରୋଧି ଏହାର ମଜା ଉଡାଉଥିବା ବେଳେ ରାସ୍ତାରେ ପହଞ୍ଚିଲେଣି । ମୁଖ୍ୟ ବିଷୟ ହେଉଛି ମହଙ୍ଗା ମାଡ । ନା ଇମ୍ରାନଙ୍କ ପାଖରେ ଏହାର କୌଣସି ଜବାବ ଅଛି ନା ଏହାର କିଛି ସମାଧାନ । ଏହାରି ଭିତରେ ଇମ୍ରାନ କହିଛନ୍ତି, ମୁଁ ଆଳୁ ଟମାଟୋ ଦର ନିୟନ୍ତ୍ରଣ କରିବାକୁ ରାଜନୀତିକୁ ଆସିନାହିଁ ।
ଇମ୍ରାନଙ୍କ ଏହି ବୟାନରୁ ପାକିସ୍ତାନରେ ମହଙ୍ଗା ମାଡର ରୂପ କିଭଳି ରହିଛି ତାହା ସହଜରେ ଅନୁମାନ କରାଯାଇପାରେ । ପାକିସ୍ତାନରେ ଏବେ କ୍ଷୀର ଲିଟର ୧୫୦ ଟଙ୍କା ହୋଇଯାଇଥିବା ବେଳେ ଏକ ଡଜନ ଅଣ୍ଡାର ଦାମ୍ ରହିଛି ୧୪୧ଟଙ୍କା । ସେହିପରି ଚିନି କିଲୋ ୧୦୦ ଟଙ୍କା ହୋଇଥିବା ବେଳେ ଚିକେନ କିଲୋ ପହଞ୍ଚିଛି ୩୪୦ ଟଙ୍କାରେ । ଆଳୁ ୫୫, ଟମାଟୋ ୮୦ ଓ ପିଆଜ ଏକ କିଲୋର ଦାମ୍ ୫୨ ଟଙ୍କାରେ ପହଞ୍ଚିଛି ।

 

Share