ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ୍‌ ଖାନଙ୍କ ଦଳ

ଇସଲାମାବାଦ, ୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁକ୍ତି ପାଇଁ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ସୋମବାର ଏକ ଆଇନଗତ ଲଢେଇ ଆରମ୍ଭ କରିଛି। ତୋଶାଖାନା ମାମଲାର ଦଳ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ପୁନର୍ବିଚାର ପାଇଁ ଦାବି କରିଛି। ଇମ୍ରାନ୍‌ ଖାନଙ୍କୁ ଅତିରିକ୍ତ ଏବଂ ଅଧିବେଶନ ଜଜ୍‌ ହିଂମାଶୁ ଦିଲବାର ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ କରିଛନ୍ତି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ସମ୍ବିଧାନର ଧାରା ୧୮୪ (୨) ଅନୁଯାୟୀ ଏହି ଆବେଦନ କରାଯାଇଛି। ତୋଶାଖାନା ମାମଲାର ପୁନର୍ବାର ଶୁଣାଣି କରିବାକୁ ଦାବି କରାଯାଇଛି। ଏଥିରେ ଯୁକ୍ତି କରାଯାଇଥିଲା ଯେ, ପୂର୍ବତନ କ୍ରିକେଟର-ରାଜନେତା ଇମ୍ରାନ୍‌ଙ୍କ ବିଷୟରେ ଏକ ନ୍ୟାୟପୂର୍ଣ୍ଣ ବିଚାର କରାଯାଇନାହିଁ। ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇଛି। ଏଥିସହ ଇମ୍ରାନ୍‌ଙ୍କ ଅନୁପସ୍ଥିତିରେ ଏହା ଘୋଷଣା କରାଯାଇଛି।

Share