ଉପନିର୍ବାଚନ ପୂର୍ବରୁ ରାଲି କରିବେ ଇମ୍ରାନ, ୧୬ରେ ଭୋଟ୍‌

ଇସଲାମାବାଦ,୯ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ୮ ଜାତୀୟ ବିଧାନସଭା ଆସନକୁ ଉପ-ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ ରାଲି କରିବେ। ଇମ୍ରାନ ଅକ୍ଟୋବର ୧୧ରୁ ୧୪ପର୍ଯ୍ୟନ୍ତ ୫ଟି ସାଧାରଣ ସଭାକୁ ସମ୍ବୋଧିତ କରିବେ।

ଅକ୍ଟୋବର ୧୧ରେ ନାନକାନା ସାହିବ, ଅକ୍ଟୋବର ୧୨ରେ ଶରକପୁର, ଅକ୍ଟୋବର ୧୩ରେ ମାରଡାନ ଏବଂ କୁରାମ ଏବଂ ଅକ୍ଟୋବର ୧୪ରେ କରାଚିରେ ଇମ୍ରାନ ଏକ ରାଲିରେ ସମ୍ବୋଧିତ କରିବେ। ଜାତୀୟ ବିଧାନସଭାରେ ୮ଟି ଖାଲି ସିଟ୍‌ ପାଇଁ ଅକ୍ଟୋବର ୧୬ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଇମ୍ରାନ ଏହି ସମାବେଶକୁ ସମ୍ବୋଧିତ କରିବେ।

Share