ଇସଲାମବାଦ,୨।୧୨: ପାକିସ୍ତାନ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଜେଲରେ କଏଦ ଥିବା ଇମ୍ରାନ ଖାନଙ୍କ ବଦଳରେ ବାରିଷ୍ଟର ଗୋହର ଅଲ୍ଲୀ ଖାନଙ୍କୁ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ନିର୍ବିରୋଧ ଭାବରେ ଏହି ପଦ ପାଇଁ ଚୟନ ହୋଇଛନ୍ତି।
ପିଟିଆଇର ମୁଖ୍ୟ ନିର୍ବାଚନ ଆୟୋଗ ନିଆଜୁଲ୍ଲାହ ନିଆଜି ଫଳାଫଳ ଘୋଷଣା କରି କହିଛନ୍ତି, ବାରିଷ୍ଟର ଗୋହରଙ୍କୁ ପିଟିଆଇ ଅଧ୍ୟକ୍ଷ କରିବା ସହ ଓମାର ଆୟୁବ ଖାନଙ୍କୁ ଦଳର କେନ୍ଦ୍ରୀୟ ମହାସଚିବ କରାଯାଇଛି।