ଇସ୍ଲାମାବାଦ୍,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୋମବାର ଇମ୍ରାନଙ୍କ ଜାମିନ ଆବେଦନ ଶୁଣାଣି କରି କୋର୍ଟ ତାଙ୍କୁ ୩ଦିନ ପାଇଁ ଟ୍ରାନ୍ଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କ ବିରୋଧରେ ଉତ୍ତେଜିତ ଭାଷଣ ଦେଇଥିବା ଅଭିଯୋଗ ହେବା ସହ ଗିରଫଦାରି ନେଇ ତାଙ୍କ ଉପରେ ଖଣ୍ଡା ଝୁୁଲୁଥିଲା। ଇମ୍ରାନ ଉତ୍ତେଜିତ ଭାଷଣ ଜରିଆରେ ଦେଶର ଲୋକଙ୍କୁ ସରକାର, କୋର୍ଟ ଏବଂ ସେନାଙ୍କ ବିରୋଧରେ ଉତ୍ତେଜିତ କରିବାକୁ ଚାହୁଁଛନ୍ତି ବୋଲି ପାକିସ୍ତାନ ସରକାର ଅଭିଯୋଗ କରିଛନ୍ତି।