ପାକିସ୍ତାନର ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ଇମ୍ରାନ

ଇସଲାମାବାଦ,୨ ।୭: ପାକିସ୍ତାନର ଲାହୋରରେ ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ କେତେଜଣ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି । ଏମାନେ ଖବରଦାତା ଅୟାଜଙ୍କୁ ମାରପିଟ କରିବା ସହ ତାଙ୍କ ମୋବାଇଲ ବି ଛଡାଇ ନେଇଛନ୍ତି । ଏହି ଘଟଣା ଲାହୋରରେ ଦୁନିୟା ନ୍ୟୁଜ କାର୍ଯ୍ୟାଳୟ ବାହାରେ ଘଟିଛି । ଏହି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି ।
ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ଖବରଦାତା ସାବୁଖ ସୈୟଦ ଟୁଇଟ କରି ଜଣାଇଛନ୍ତି । ଏହି ଘଟଣାକୁ ସେ ଦୁଃଖଦ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ଏବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କଡା ନିନ୍ଦା କରିଛନ୍ତି । ଏହାସହ ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଟୁଇଟ କରି ଇମ୍ରାନ କହିଛନ୍ତି, ଲାହୋରରେ ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି ।

Share