ଇସଲାମାବାଦ,୩୦ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ମାର୍ଚ୍ଚରେ ହେବାକୁ ଥିବା ଉପନିର୍ବାଚନରେ ସମସ୍ତ ୩୩ ସଂସଦୀୟ ଆସନରେ ନିଜର ପ୍ରାର୍ଥୀ ଦେବ । ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଉପାଧ୍ୟକ୍ଷ ଓ ପୂର୍ବତନ ବୈଦେଖିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି ରବିବାର ଏକ ଖବରଦାତା ସମ୍ବିଳନୀକୁ ସମ୍ବୋଧନ କରିବା ସମୟରେ କହିଛନ୍ତି, ଏହି ନିଷ୍ପତ୍ତି ଦଳର କୋର କମିଟି ବୈଠକରେ ନିଆଯାଇଛି ।
କୁରେସି କହିଛନ୍ତି, ଇମ୍ରାନ ଖାଁ ସମସ୍ତ ସଂସଦୀୟ ଆସନରେ ପିଟିଆଇର ଏକମାତ୍ର ପ୍ରାର୍ଥି । ରବିବାର ଜମା ପାର୍କ ଲାହୋରରେ ଖାଁଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ପାକିସ୍ତାନ ନିର୍ବାଚନ କମିଶନ(ଇସିପି) ଘୋଷଣା କରିଥିଲେ କି ନ୍ୟାଶନାଲ ଆସେମ୍ଲିର ୩୩ ଆସନ ପାଇଁ ଉପନିର୍ବାଚନ ମାର୍ଚ୍ଚ ୧୬ରେ ହେବ ।