ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ, ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ୍‌,୨୯।୮: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତୋଶାଖାନା ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ରାୟ ଦେଇଛନ୍ତି। କୋର୍ଟ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି, ଯାହା ପରେ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହାଇକୋର୍ଟର ପ୍ରଧାନ ବିଚାରପତି ଆମୀର ଫାରୁକ ଏବଂ ଜଷ୍ଟିସ ତାରିକ ମହମୁଦ ଜାହାଙ୍ଗିରିଙ୍କ ଏକ ବେଞ୍ଚ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ।

Share