ଟୁଇଟରରେ ସଭିଙ୍କୁ ଅନଫଲୋ କଲେ ଇମ୍ରାନ ଖାନ

ଇସ୍ଲାମାବାଦ,୮।୧୨- ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥଙ୍କ ସମେତ ସଭିଙ୍କୁ ଅନ୍‌ଫଲୋ କରିଛନ୍ତି। ଏଥି ଲାଗି ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ହେବାକୁ ପଡ଼ୁଛି। ‘ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଟୁଇଟରରେ ବର୍ତ୍ତମାନ କାହାକୁ ଫଲୋ କରୁ ନାହାନ୍ତି।

୨୦୧୦ରେ ଇମ୍ରାନ ଖାନ ଟୁଇଟର ଆକାଉଣ୍ଟ ଖୋଲିଥିଲେ। ସେବେଠାରୁ ପ୍ରଥମ ସ୍ତ୍ରୀ ଗୋଲ୍ଡସ୍ମିଥଙ୍କୁ ଫଲୋ କରୁଥିଲେ ଇମ୍ରାନ। ପେସାରେ ଜଣେ ଫିଲ୍ମ ନିର୍ମାତା ଥିବା ଗୋଲ୍ଡସ୍ମିଥଙ୍କ ଠାରୁ ଅଲଗା ହେବା ପରେ ବିଶ୍ୱକପ୍‌ ବିଜୟୀ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଦୁଇ ଥର ବିବାହ କରିଛନ୍ତି। ଇମ୍ରାନଙ୍କ ଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଧ୍ୟ ଟୁଇଟରରେ କାହାକୁ ଫଲୋ କରୁନାହାନ୍ତି।

ପ୍ରଧାନମନ୍ତ୍ରୀ ଇମ୍ରାନ କାହାକୁ ଫଲୋ କରୁ ନ ଥିବା ଉପରେ ବେଶି କମେଣ୍ଟ ହୋଇ ନ ଥିବାବେଳେ ପ୍ରଥମ ସ୍ତ୍ରୀକୁ ଅନଫଲୋ କରିବାକୁ ନାପସନ୍ଦ କରୁଛନ୍ତି ୟୁଜର୍ସ।

Share