ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା

ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇମ୍ରାନ କହିଛନ୍ତି, ଯଦି ପାକିସ୍ତାନରେ ଶ୍ରୀଘ୍ର ନିର୍ବାଚନ ଘୋଷଣା କରାଯାଇଥାନ୍ତା ନା ବନ୍ୟା ପରିସ୍ଥିତି ହୋଇଥାନ୍ତା ନା ଦେଶର ଟଙ୍କା ହ୍ରାସ ହୋଇ ନ ଥାନ୍ତା। ଏହି ବିବୃତ୍ତିରେ ସେ ଦେଶର ନିର୍ବାଚନକୁ ବନ୍ୟା ପରିସ୍ଥିତି ଏବଂ ଦେଶର ଖରାପ ଆର୍ଥିକ ସ୍ଥିତି ସହ ସିଧାସଳଖ ଯୋଡ଼ିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଇମ୍ରାନ ନିଜକୁ ଏବଂ ଦେଶକୁ ପରିହାସ କରିଛନ୍ତି।

Share