କୋର୍ଟ ଯିବେନି ଇମ୍ରାନ, ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସର ନିଷ୍ପତ୍ତି

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତେବେ ବୁଧବାର ଇମ୍ରାନଙ୍କୁ କୋର୍ଟକୁ ନେବା ପରିବର୍ତ୍ତେ ପିଟିଆଇ ମୁଖ୍ୟଙ୍କୁ ରଖାଯାଇଥିବା ସ୍ଥାନରେ ଧାର୍ଯ୍ୟ ଶୁଣାଣି ହେବ ବୋଲି ପୋଲିସ ନିଶ୍ଚିତ କରିଛି।

ଅପରାହ୍ନ ୩ଟା ସୁଦ୍ଧା ଇମ୍ରାନ ଖାନଙ୍କୁ ନାବ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଥିଲା। ହେଲେ ସାରା ଦେଶରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନୀ ରେଞ୍ଜର ଗିରଫ କରିଥିଲା। ପରେ ହାଇକୋର୍ଟ ମଧ୍ୟ ଇମ୍ରାନଙ୍କ ଗିରଫଦାରୀକୁ ଆଇନଗତ ଭାବେ ସମର୍ଥନ କରିଥିଲେ। ଏହା ପରେ ପିଟିଆଇ ସମର୍ଥକମାନେ ବିକ୍ଷୋପ ପଦର୍ଶନ କରିଥିଲେ।

Share