ଆଇଏସଆଇ ଓ ପାକିସ୍ତାନୀ ସେନାଙ୍କ ଟାର୍ଗେଟରେ ଇମ୍ରାନଙ୍କ ଘନିଷ୍ଠ ଧନିକ ସହଯୋଗୀ

ଇସଲାମବାଦ,୧୧।୭:ପାକିସ୍ତାନର ପୂବତନ ପ୍ରଧାନମନ୍ତ୍ରୀ ଦିନକୁ ଦିନ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି। ବିଭିନ୍ନ ଆପରଧିକ ମାମଲାରେ ସହ ଇମ୍ରାନ ମଙ୍ଗଳବାର ଯାଞ୍ଚ ଟିମ୍‌ ସାମ୍ନାରେ ହାଜର ହୋଇଛନ୍ତି। ତେବେ ଇମ୍ରାନ ଖାନଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଏବଂ ପାକିସ୍ତାନୀ ସେନା ଶକ୍ତ ପ୍ରହାର କରିଛନ୍ତି।
ସୂଚନା ଅନୁଯାୟୀ ଇମ୍ରାନଙ୍କ ଘନିଷ୍ଠ ସହଯୋଗୀଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କ ଘରେ ଆଇଇଡି ବିସ୍ଫୋରକ ଲଗା ଯାଇଥିଲା।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କିଛି ଅଜ୍ଞାତ ଅଭିଯୁକ୍ତମାନେ ଖାଇବର ପଖତୁନଖଓ୍ବାର ସ୍ବାତ ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ପୂର୍ବତନ ବିଧାୟକ ଫଜଲ ହାକିମଙ୍କ ଘରେ ବିସ୍ଫୋରକ ଲଗାଇଥିଲେ। ଫାସଲଙ୍କ ଘର ବାହାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ବିସ୍ପୋଟକ ଲଗାଯାଇଥିବାର ଦୃଶ୍ୟ କଏଦ ହୋଇଛି। କିଛି ଅଜ୍ଞାତ ଅଭିଯୁକ୍ତ ବିସ୍ଫୋରକ ଖଞ୍ଜିଥିଲେ। କବାଟ ଖୋଲିବା ମାତ୍ରେ ଏହା ବିସ୍ଫୋଟ ହେବ ବୋଲି ଯୋଜନା କରାଯାଇଥିଲା। ଅଭିଯୁକ୍ତ ମୁହଁକୁ ସମ୍ପୂର୍ଣ୍ଣ ଲୁଚାଇ ବିସ୍ଫୋରକ ଲଗାଇଛନ୍ତି ଏବଂ ତାପରେ ସେଠାରୁ ଶୀଘ୍ର ଚାଲିଯାଇଛନ୍ତି। ଅଭିଯୁକ୍ତଙ୍କ ଏହି କାର୍ଯ୍ୟକୁ ପଡୋଶୀ ଲୋକମାନେ ଦେଖିଥିଲେ ଏବଂ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ଯାହା ପରେ ବୋମା ନିର୍ଷ୍କୟକାରୀ ଦଳ ଆସି ଏହି ବିସ୍ଫୋରକକୁ ନିଷ୍କ୍ରିୟ କରଥିଲେ।

Share