ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ

ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ ମାଧ୍ୟମରେ କ୍ଷମତାରୁ ହଟାଯାଇଥିବା ଇମ୍ରାନ ୬ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଏହି ମାମଲାର ତଦନ୍ତବେଳେ ସେ ସାମିଲ୍‌ ହୁଅନ୍ତୁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।

Share