ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ଇସଲାମାବାଦ,୧୦ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ବୁଧବାର ଇସଲାମାବାଦ ହାଇକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି। ଏହାପୂର୍ବରୁ ନିର୍ବାଚନ ଆୟୋଗ ଦଳକୁ ସୀମିତ ଉତ୍ସରୁ ପାଣ୍ଠି ଗ୍ରହଣ କରିବା ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟ ଲୁଚାଇବା ପାଇଁ ଦାୟୀ କରିଥିଲେ।

ପାକିସ୍ତାନର ନିର୍ବାଚନ ଆୟୋଗ ଶୁକ୍ରବାର ଇମ୍ରାନଙ୍କ ବିରୋଧରେ ନୋଟିସ ଜାରି କରି ଅଗଷ୍ଟ ୨୩ରେ ନିଷିଦ୍ଧ ଅର୍ଥ ମାମଲାର ଶୁଣାଣିରେ ଦଳକୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ଗତ ସପ୍ତାହରେ କହିଥିଲେ ଯେ, ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଭାରତୀୟ ବ୍ୟବସାୟୀଙ୍କ ସମେତ ୩୪ ବିଦେଶୀ ନାଗରିକଙ୍କଠାରୁ ବେଆଇନ ଭାବେ ଅର୍ଥ ଗ୍ରହଣ କରିଛି।

Share