ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି। ଇତିମଧ୍ୟରେ ପଞ୍ଜାବ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୨୦ରୁ ୧୫ ଆସନ ଦଖଲ କରିସାରିଛି ପିଟିଆଇ। ଏହି ସଫଳତା ପରେ ପିଟିଆଇ ପଞ୍ଜାବ ପ୍ରଦେଶରେ ସରକାର ଗଠନ ପାଇଁ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନଓ୍ବାଜ୍‌ (ପିଏମ୍‌ଏଲ୍‌ଏନ୍‌)କୁ ୪ ଆସନ ମିଳିଥିବା ବେଳେ ଅନ୍ୟ ଏକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ଜଣାପଡ଼ିଛି।

Share