ଜେଲ୍‌ ଯିବେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବି!

ଇସଲାମାବାଦ,୧୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ତୁଟି ନ ଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ପାକିସ୍ତାନ ନାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ବୁଶ୍ରା ବିବି ଓ ତାଙ୍କ ନିକଟତର ବନ୍ଧୁ ଫରହତ ଶହଜାଦିଙ୍କୁ ସମନ ପଠାଇଛି। ଅଲ କାଦିର ଟ୍ରଷ୍ଟ ଘୋଟାଲା ମାମଲାରେ ପଚରାଉଚରା ପାଇଁ ଏଜେନ୍ସି ଦୁହିଁଙ୍କୁ ନଭେମ୍ବର ୧୩ରେ ହାଜର ହେବା ପାଇଁ କହିଛି।

ସୂଚନା ଥାଉ କି, ଇମ୍ରାନ ଖାନ ଓ ବୁଶ୍ରା ବିବିଙ୍କ ଉପରେ ଘୋଟାଲାର ଅଭିଯୋଗ ରହିଛି। ଜମିଜମା ଓ ଟଙ୍କା ବଦଳରେ ଇମ୍ରାନ ରିଅଲ ଇଷ୍ଟେଷ୍ଟ କମ୍ପାନୀର କଳାଧନକୁ ଧଳା କରୁଛନ୍ତି। ରିଅଲ ଇଷ୍ଟେଷ୍ଟ ଫର୍ମ ବିଦେଶରରୁ ୫୦ ଅରବ ପାକିସ୍ତାନୀ ଟଙ୍କାକୁ ବୈଧ କରିଛନ୍ତି। ଏହା ବଦଳରେ ଇମ୍ରାନ ଓ ତାଙ୍କ ସ୍ତ୍ରୀଙ୍କୁ ବହୁ ଜମିପଟା ଓ କୋଟିକୋଟି ଟଙ୍କା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନଏବି ଖୁବ ଶୀଘ୍ର ଯାଞ୍ଚ ପୁରା କରି ଚାର୍ଜଶିଟ ଦାଖଲ କରିବ। ଏଜେନ୍ସି ପାଖରେ ବୁଶ୍ରା ବିବିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ବୁଶ୍ରା ଇମ୍ରାନଙ୍କ ସହ ମିଶି ପାକିସ୍ତାନ ଓ ମଧ୍ୟ ଏସିଆର ବ୍ୟାଙ୍କରେ ଅରବ ପାକିସ୍ତାନୀ ଟଙ୍କା ଜମା କରିଛନ୍ତି।

Share