ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍ମିଙ୍କ ଆଜି ନ୍ମଦିନ ପାଳନ । ସେ ଫିଲ୍ମ ‘ଫୁଟ୍ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ ପାଇଥିଲେ। ପରେ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫିଲ୍ମ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ।
ଇମ୍ରାନ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଅନୱର ହାସ୍ମି ଏବଂ ମାତାଙ୍କ ନାମ ମାହିରା ହାସ୍ମି। ଅଭିନୟ ପାଇଁ ସେ ତିନିଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି। ଇମ୍ରାନ ୧୮ ବର୍ଷ ମଧ୍ୟରେ ପ୍ରାୟ ୪୦ଟି ଫିଲ୍ମରେ ଅଭିନୟ କରିଛନ୍ତି।
ତାଙ୍କର ଅନେକ ଫିଲ୍ମ ହିଟ ପରେ, ଇମ୍ରାନ କେବେ ପଛକୁ ଚାହିଁ ନାହାନ୍ତି । ଆଜି ସେ ବଲିଉଡର ଏକ ଜଣାଶୁଣା ଚେହେରା। ଇମ୍ରାନଙ୍କର ଏପରି କୌଣସି ଫିଲ୍ମ ନାହିଁ ଯେଉଁଥିରେ ସେ ଅଭିନେତ୍ରୀଙ୍କୁ କିସ୍ କରି ନାହାଁନ୍ତି। ତେଣୁ ସେ ବଲିଉଡରେ ‘ସିରିଏଲ କିସର’ ଭାବରେ ଜଣାଶୁଣା। ଇମ୍ରାନ ୨୦୧୨ ଚଳଚ୍ଚିତ୍ର ‘ରାଜ ୩’ ରେ ଅଭିନେତ୍ରୀ ବିପାଶା ବସୁଙ୍କୁ ଦୀର୍ଘ ସମୟ ଧରି ଚୁମ୍ବନ ଦେଇଥିଲେ। ଏହା ୨୦ ମିନିଟ୍ ଥିଲା। ଯାହା ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ ସିନ ଭାବେ ଚର୍ଚ୍ଚାରେ ଥିଲା।