Categories: ଜାତୀୟ

ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍‌ ମସୂଦ ପୂର୍ବରୁ କଂଗ୍ରେସରେ ହିଁ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଦେଇଥିଲେ।

ଏହା ପରେ ଇମ୍ରାନ୍‌ ମସୂଦ ଏସ୍‌ପିରେ ଯୋଗ ଦେଇଥିଲେ, କିନ୍ତୁ ସେ ସେଠାରେ ଅଧିକ ସମୟ ନ ଥିଲେ ପରେ ବିଏସପିରେ ଯୋଗ ଦେଇଥିଲେ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ପରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କୁ ଅନୁଶାସନହୀନତା ଅଭିଯୋଗରେ ଦଳରୁ ବହିଷ୍କାର କରିଦେଇଥିଲେ।

Share